ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ କଣ କହିଲେ BMC କମିଶନର

ଭୁବନେଶ୍ୱର, ୨୫/୨:  ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣର ଶେଷ ଦିନ । ସେହିିପରି ଦ୍ବିତୀୟ ପର୍ଯ୍ୟାୟ ଟିକାଦାନ ମଧ୍ୟ ଜାରି ରହିିିଛି। ଆଜି କ୍ୟାପିଟାଲ ହସ୍ପିଟାଲରେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଟୀକା ନେବା ପରେ
ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସର୍ଭେ ଅନୁସାରେ ୨୦ରୁ ୨୫ ହଜାର ବରିଷ୍ଠ ନାଗରିକ ଅଛନ୍ତି। ତେଣୁ ୩ଟି ଜୋନରେ ୩ଟି ଟିମ୍ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ଯେଉଁ ହସ୍ପିଟାଲରେ ଟିକା ଦିଆଯାଉଥିଲା ସେହି ହସ୍ପିଟାଲରେ ଟିକା ଦିଆଯିବ । କେବଳ ଫାଇନାଲ ଡାଟା ଆସିଲେ ସୂଚନା ଦିଆଯିବ ବୋଲି  BMC କମିଶନର କହିଛନ୍ତି।