ରାଜଧାନୀର ଡ୍ରେନେଜ ସମସ୍ୟାକୁ ନେଇ କଣ କହିଲେ ବିଏମସି କମିସନର

ଭୁବନେଶ୍ୱର, ୨୨/୯: ରାଜ୍ୟରେ ଏବେ ପ୍ରବଳ ବର୍ଷା ହେଉଛି। ଯାହା ଫଳରେ ସବୁଠି ପାଣି ଜମି ରହୁଛି। ଏହାରି ମଧ୍ୟରେ  ରାଜଧାନୀର ଡ୍ରେନେଜ ସମସ୍ୟାକୁ ନେଇ ବିଏମସି କମିସନର ସଞ୍ଜୟ ସିଂଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୬୩ ବର୍ଷ ପରେ ରେକର୍ଡ ଜନିତ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଏମିତି ସ୍ଥିତି ଉପୁଜିଛି। ଯେତେ ଯାଗାରେ ଜଳବନ୍ଦୀ ସମସ୍ୟା ହୋଇଥିଲା ସବୁକୁ ଚିହ୍ନଟ କରାଯାଇଛି । ୭୫ଟି ଏଭଳି ସ୍ଥାନ ଚିହ୍ନଟ ହୋଇଛି ଓ   ଏଗୁଡିକ ସ୍ଥାନରେ ଜଳବନ୍ଦୀର କାରଣ କଣ ବାହାର ମଧ୍ୟ କରାଯାଇଛି।

ଅନ୍ୟପଟେ ପ୍ରାକୃତିକ ଡ୍ରେନ୍ ରେ କଭର ନ କରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଗାଇଡ଼ ଲାଇନ ରହିଛି । ଗାଇଡ଼ ଲାଇନ ମାନି ଦୁର୍ଘଟଣା ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉଛି ବୋଲି ବିଏମସି କମିସନର କହିଛନ୍ତି।