ଖଣ୍ଡଗିରି କୁମ୍ଭ ମେଳା ନେଇ BMC କମିସନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୫/୨: ଖଣ୍ଡଗିରି କୁମ୍ଭ ମେଳା ନେଇ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖଣ୍ଡଗିରି ମେଳାର ପରମ୍ପରା ରକ୍ଷା କରାଯିବ। ଗତକାଲି ଖଣ୍ଡଗିରିର ୬ଟି ଅନୁଷ୍ଠାନ ସହ ଆଲୋଚନା ହୋଇଥିଲା। ସେମାନଙ୍କୁ ଏକ ପ୍ଲାନ ଦେବା ପାଇଁ କୁହାଯାଇଛି।  କୋଭିଡ୍ ଗାଇଡ୍ ଲାଇନରେ ଯାହା ହୋଇପାରିବ ନିଷ୍ପତ୍ତି ନିଆଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ହେବ କି ନାହିଁ ନିଷ୍ପତ୍ତି ହୋଇନାହିଁ। ଚଳିତ ବର୍ଷ ୪୦୦ ଷ୍ଟଲ୍ ପାଇଁ ଅନୁମତି ଦିଆଯିବନି । ୫୦% ସିଟ୍‌ରେ ଯାତ୍ରା କରିବାକୁ ରାଜି ହେଲେ ଅନୁମତି ଦିଆଯିବ ବୋଲି ପ୍ରେମଚନ୍ଦ୍ର କହିଛନ୍ତି।