ବ୍ରିଟେନ ଫେରନ୍ତାଙ୍କୁ ନେଇ କଣ କହିଲେ ବିଏମସି କମିସନର

ଭୁବନେଶ୍ୱର, ୨୯ା୧୨(ଦି ପ୍ରଗତି ନ୍ୟୁଜ): ବ୍ରିଟେନ ଫେରନ୍ତାଙ୍କୁ ନେଇ ଆଜି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଜଣ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୫୦ରୁ ୬୦ ଜଣଙ୍କ ତାଲିକା ଦିଆଯାଇଥିଲା । ତେଣୁ ରାଜଧାନୀ ଭୁବନେଶ୍ୱରର ପ୍ରତି ଜୋନ ପାଇଁ ୨ଟି ଲେଖାଏଁ ଟିମ୍ କରାଯାଇଛି । କଣ୍ଟାକ୍ଟ ନମ୍ବର ଓ ଠିକଣାକୁ ଆଧାର କରି କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଆସନ୍ତାକାଲି ସୁଦ୍ଧା ବ୍ରିଟେନ ଫେରନ୍ତାଙ୍କ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ବିଏମସି କମିସନର କହିଛନ୍ତି ।