ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର୍‌ ସମସ୍ତ ଆକାଉଣ୍ଟ୍‌ରୁ ହଟିଲା ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍

ନୂଆଦିଲ୍ଲୀ,୨୧/୪: ଟୁଇଟର ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବା ପରେ ବିଭିନ୍ନ ପରିବର୍ତ୍ତନ ଦେଖାଯିବାରେ ଲାଗିଛି। ଏହାରିମଧ୍ୟରେ ଆଜି ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର୍‌ ସମସ୍ତ ଆକାଉଣ୍ଟ୍‌ରୁ ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌ ହଟାଇ ଦେଇଛି। ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌ ହଟାଇ ଦିଆଯିବ ବୋଲି ଗତ ମାର୍ଚ ମାସରେ ଟୁଇଟର୍‌ ସୂଚନା ଦେଇଥିଲା।

କିନ୍ତୁ ଟୁଇଟର୍‌ ବ୍ଲୁ ନିମନ୍ତେ ଦେୟ ପୈଠ କରୁଥିବା ଟୁଇଟର୍‌ ବ୍ୟବହାରକାରୀ ବ୍ୟକ୍ତିବିଶେଷଙ୍କର ଭେରିଫାଏଡ୍‌ ବ୍ଲୁ ଚେକ୍‌ମାର୍କ ହଟା ଯାଇନାହିଁ। ଟୁଇଟର୍‌ ବ୍ଲୁ ନିମନ୍ତେ ୱେବ୍‌ ଜରିଆରେ ମାସକୁ ୮ ଡଲାର୍‌ ଆଇଓଏସ୍‌ ଏବଂ ଆଣ୍ଡ୍ରଏଡରେ ଇନ୍‌-ଆପ୍‌ ଜରିଆରେ ମାସକୁ ୧୧ ଡଲାର୍‌ ପୈଠ କରିବାକୁ ପଡ଼ିଥାଏ। ଦେୟ ନ ଦେଇଥିବାରୁ ବହୁ ବରିଷ୍ଠ ରାଜନେତା ଓ ବହୁ ନାମକ ରା ଅଭିନେତା ଓ ଅଭିନେତ୍ରୀ ଙ୍କ ମଧ୍ୟ ବ୍ଲୁ ଟିକ୍‌ ହଟେଇ ଦିଆଯାଇଛି।

ସୂଚନାଯୋଗ୍ୟ, ସୁପରିଚିତ ବ୍ୟକ୍ତିବିଶେଷଙ୍କୁ ଠକାମିରୁ ସୁରକ୍ଷା ଏବଂ ମିଥ୍ୟା ସୂଚନା ନିୟନ୍ତ୍ରଣ କରିବା ଲାଗି ଏହି ‘ବ୍ଲୁ ଟିକ୍‌’ ପ୍ରାରମ୍ଭରୁ କାମ ଦେଉଥିଲା।