ଏଣିକି ସହଜରେ ମିଳିପାରିବ ଫେସବୁକରେ ବ୍ଲୁ ଟିକ୍

ନୂଆଦିଲ୍ଲୀ, ୨୦/୨: ଏଣିକି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ  ବ୍ଲୁ ଟିକ୍ ସହଜରେ ମିଳିଯିବ । ଚଳିତ ସପ୍ତାହରେ ମେଟା ଭେରିଫାଏଡ୍ ଲଞ୍ଚ କରାଯିବା ନେଇ ଘୋଷଣା କରିଛନ୍ତି ମେଟା ଫାଉଣ୍ଡର ମାର୍କ ଜୁକରବର୍କ । ଏହାଦ୍ୱାରା ଟଙ୍କା ଦେଇ ବ୍ଲୁ ଟିକ୍ ହାସଲ କରିପାରିବେ ଏବଂ ଆକାଉଣ୍ଟ ଭେରିଫାଏଡ୍ ମଧ୍ୟ କରାଯାଇପାରିବ । ଏଥିପାଇଁ ମାର୍କ ଜୁକରବର୍ଗଙ୍କ ଟିମ୍ ଦୀର୍ଘ ଦିନ ଧରି ମେଟା ଭେରିଫାଏଡ ଡାଟା ଉପରେ ଗବେଷଣା ମଧ୍ୟ କରୁଥିଲେ ।

ଜୁକରବର୍ଗ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ଜଣେ ବ୍ୟକ୍ତି ସରକାରୀ ପରିଚୟ ପତ୍ର ଦେଇ ନିଜର ଆକାଉଣ୍ଟକୁ ଭେରିଫିକେସନ୍ କରିପାରିବେ । ଏହା ମଧ୍ୟ କହିଛନ୍ତି ଏବେ ଗ୍ରାହକ ଟଙ୍କା ଦେଇ ବ୍ଲୁ-ଟିକ୍ ହାସଲ କରିପାରିବେ । ଆଣ୍ଡ୍ରଏଡ୍ ୟୁଜରମାନଙ୍କୁ ମାସକୁ ୧୪ ଦଶମିକ ୯୯ ଡଲାର ବା ୧୨୦୦ରୁ ଅଧିକ ଟଙ୍କା ଏବଂ ୱେବ୍ ୟୁଜରମାନଙ୍କୁ ମାସିକ ୧୧ ଦଶମିକ ୯୯ ଡଲାର ବା ୧ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଜୁକରବର୍ଗ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଚଳିତ ସପ୍ତାହରେ ଏହି ସେବା ଆରମ୍ଭ ହେବ । ବାକି ଦେଶ ଗୁଡ଼ିକରେ ଖୁବଶୀଘ୍ର ଏହି ସେବା ଆରମ୍ଭ ହେବ ବୋଲି ଜୁକରବର୍ଗ କହିଛନ୍ତି ।