ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର, ୧୫/୧୨: ଟିକାକରଣ ପାଇଁ ରାଜ୍ୟ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ନିର୍ବାଚନ ମଡେଲରେ  ଟିକା କରଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏନେଇ ରାଜ୍ୟରେ ୨୯ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି । ଟିକାକରଣରେ ୮୨୭୬ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । ଟିକା ରଖିବା ପାଇଁ ୧୨୨୨ କୋଲ୍ଡ ଚେନ୍ ରହିଛି । ଟିକା ନେବା ଆଣିବା ପାଇଁ ଆଇଏଲଆର୍ ୧୭୯୬ ନିୟୋଜିତ ହେବେ । ସେହିପରି ୧୭୭୧ଟି ଡିପ୍ ଫ୍ରିଜରର ବ୍ୟବସ୍ଥା ରହିଛି । ଏନେଇ ସୂଚନା ଦେଇଛନ୍ତି ଭ୍ୟାକ୍ସିନ ଇନଚାର୍ଜ ବିଜୟ ପାଣିଗ୍ରାହୀ ।