ପୁଣି ପାକିସ୍ତାନରେ ବିସ୍ଫୋରଣ,୧୨ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫/୪: ପୁଣି ପାକିସ୍ତାନରେ ବିସ୍ଫୋରଣ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଆତଙ୍କବାଦ ନିରୋଧୀ ବିଭାଗର ପୋଲିସ୍ ଷ୍ଟେସନ ଭିତରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ଘଟିଥିଲା ।ଆଉ ଏହି ଦୁଇଟି ବଡ଼ ଧରଣର ବିସ୍ଫୋଣରେ ପୁରା କୋଠାକୁ ନଷ୍ଟ କରିଦେଇଛି । ଆହତଙ୍କୁ ସ୍ୱାତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପାକିସ୍ତାନୀ ତାଲିବାନୀ ଗୋଷ୍ଠୀ ଟିଟିପିର ଏହା ପଛରେ ହାତ ଥିବାର ସନ୍ଦେହ କରାଯାଉଛି ।