ଔଷଧ କମ୍ପାନୀରେ ଭୟଙ୍କର ବିସ୍ଫୋରଣ; ୪ମୃତ, ଅନେକ ଆହତ

ନୂଆଦିଲ୍ଲୀ,୨୧/୦୮: ଆନ୍ଧ୍ରପ୍ରଦେଶର ଏକ ଔଷଧ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି ।ଯାହା ଫଳରେ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହାକୁ ନେଇ କୌଣସି ସୂଚନା ମିଳି ପାରନାହିଁ । ତେବେ ଏହି ଘଟଣା ପରେ ଏକ ଧୂଷର ରଙ୍ଗର ଧୂଆଁ ନିର୍ଗତ ହେଉଥିବା ଦେଖା ଦେଇଥିଲା । ଆନ୍ଧ୍ର ପ୍ରଦେଶର ଅନାକାପାଲି ଥାନା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ରିଆକ୍ଟରର ସାଇଟରେ ଏହି ଘଟଣା ଘଟିଛି । ଏବେ ରେସ୍କ୍ୟୁ ଅପରେସନ ଜାରି ରହିଛି ।