କାବୁଲ ନିକଟରେ ଥିବା ସେନା ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ,୧/୧: ଅଶାନ୍ତ ହୋଇପଡିଛି ଆଫଗାନିସ୍ତାନର ରାଜଧାନୀ କାବୁଲ । କାବୁଲ ନିକଟରେ ଥିବା ସେନା ବିମାନବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏନେଇ ତାଲିବାନ ସରକାର ଗୃହମନ୍ତ୍ରଣାଳୟର ପ୍ରବକ୍ତା ଅବ୍ଦୁଲ ନଫି ତାକୋର ସୂଚନା ଦେଇଛନ୍ତି ।

ଆଜି କାବୁଲ ସେନା ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଗୃହମନ୍ତ୍ରଣାଳୟର ସୂଚାନ ମୁତାବକ କାବୁଲ ସେନା ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣ ବାବଦରେ ଯାଂଚ ଆରମ୍ଭ ହୋଇଛି ।