ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ମୃତ

ନୂଆଦିଲ୍ଲୀ, ୦୯/୦୫: ତାମିଲନାଡୁ ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ଭୟାନକ ବିସ୍ଫୋରଣ ହୋଇଛି । ଏଥିରେ ୫ ମହିଳାଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବିସ୍ଫୋରଣ ବେଳେ ବାଣ କାରଖାନା ଭିତରେ ପାଖାପାଖି ୧୦ ଜଣ କର୍ମଚାରୀ ଥିଲେ । ଆଜିର ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ,କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଜିଲ୍ଲା ଅଧିକାରୀଙ୍କୁ ଆହାତ ମାନଙ୍କର ଚିକିତ୍ସା ନେଇ ନିର୍ଦ୍ଦେଶ ଦେଇଛନ୍ତି ।