କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୭ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୭/୧୦: କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ। ଯାହା ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଆହତ ହୋଇଥିବା କୁହାଯାଉଛି। ପଶ୍ଚିମବଙ୍ଗର ବୀରଭୂମିରେ ଘଟିଛି ଏହି ଅଘଟଣ। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହା ଜଣାପଡି ନାହିଁ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବା ଆଶଙ୍କା ରହିଛି। ଏଥିସହ ଖଣି ଭିତରେ କେତେ ଜଣ ଶ୍ରମିକ କାମ କରୁଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଗାଡ଼ିଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି। ସେପଟେ ଖବର ପାଇ ସ୍ଥାନୀୟ ବିଜେପି ବିଧାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ, ଆଗ୍ନିଶମ ବିଭାଗର ଏକ ଟିମ୍‌ ଓ ୪ରୁ ୫ଟି ଅମ୍ବୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ ଅଛି।

Leave a Reply

Your email address will not be published. Required fields are marked *