ଖୁବ୍ ଶୀଘ୍ର ଶିମିଳିପାଳରେ ଖୋଲିବ କଳାବାଘ ସଫାରୀ

ଭୁବନେଶ୍ୱର,୨୯/୦୭: ଓଡ଼ିଶା ମୁହାଁ ହେଉଛନ୍ତି ବାଘ। ଏପରି ସ୍ଥିତିରେ ଶିମିଳିପାଳରେ କଳାବାଘଙ୍କ ପାଇଁ ଖୋଲାଯିବ ସଫାରୀ।ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୁପକ୍ଷରୁ ମିଳିଛି ଅନୁମତି। ଚଳିତବର୍ଷ ଶେଷ ଆଡ଼କୁ ଏହିବ୍ୟାଘ୍ର ଦିବସରେ ଆସିଥିବା ଭିଡିଓରେ ୪ଟି ମେଲାନିଷ୍ଟିକ ବା କଳା ବାଘକୁ ଏକାଠି ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟର ରାତିର ଦୃଶ୍ୟକୁ ଟ୍ରାପ କ୍ୟାମେରାରେ କଏଦ କରାଯାଇଛି।  ବାରିପଦାରେ ବିଶ୍ବର ପ୍ରଥମ କଳାବାଘ ସଫାରୀ ହେବା ଦ୍ବାରା ଏହା ଓଡ଼ିଶାର ବନ୍ୟପ୍ରାଣୀ ପର୍ଯ୍ୟଟନକୁ ନୂଆ ଶିଖରରେ ପହଞ୍ଚାଇବ। ଏପରିକି ପର୍ଯ୍ୟଟକ ଅତି ନିକଟରୁ ଏହି ବିରଳ ଜୀବମାନଙ୍କୁ ଦେଖିବାକୁ ପାଇପାରିବେ।