ବିଜେପି ଷ୍ଟାର ପ୍ରଚାରକ ତାଲିକା, ଜାଣନ୍ତୁ କେଉଁ ମାନେ ଅଛନ୍ତି ସାମିଲ

ଭୁବନେଶ୍ୱର,୨୪/୦୪: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । କିନ୍ତୁ ଏହି ତାଲିକାରେ ସ୍ଥାନ ପାଇଲେନି ଓଲିଉଡ୍ ଷ୍ଟାର । ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିବା ଓଲିଉଡ୍ ଷ୍ଟାରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଓଲିଉଡ୍ ଷ୍ଟାରଙ୍କୁ ବିଜେପି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି, ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଇଛି । ଏଥର ଦିଗପହଣ୍ଡିରୁ ବିଜେପି ବିଧାୟକ ପ୍ରାର୍ଥୀ ହେଇଛନ୍ତି ଲୋକପ୍ରିୟ ଓଡିଆ ହିରୋ ସିଦ୍ଧାନ୍ତ ମହାପାତ୍ର, ସେହିପରି କୋରେଇରୁ ବିଧାୟକ ପ୍ରାର୍ଥୀ ହେଇଛନ୍ତି ଆକାଶ ଦାସ ନାୟକ ।