ପଡ଼ିଶାଙ୍କ ଆକ୍ରମଣରେ ବିଜେପି ମହିଳା ନେତ୍ରୀ ମୃତ

ନୂଆଦିଲ୍ଲୀ,୧୬/୧୧: ଗୁଜରାଟର ଅମରେଲି ଜିଲ୍ଲାର ଧାରି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। । ପଡ଼ିଶାଙ୍କ ଆକ୍ରମଣରେ ଜଣେ ମହିଳା ନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଏଥିରେ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ନେତ୍ରୀଙ୍କ ନାମ ମଧୁବେନ ଯୋଶୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ କିଛିଦିନ ତଳେ ପଡୋଶୀଙ୍କ ସହିତ ମଧୁବେନଙ୍କ ସାମାନ୍ୟ ବିବାଦ ଲାଗିଥିଲା। ଏହି ଘଟଣାକୁ କେନ୍ଦ୍ରକରି ମଧୁବେନ ତାଙ୍କ ପୁଅ ସହିତ ଘରେ ଥିବା ବେଳେ ହଠାତ୍‌ ପଡ଼ୋଶୀଲୋକ ପଶି ଆସିଥିଲେ । ମା’ ଓ ପୁଅ କିଛି ବୁଝିବା ପୂର୍ବରୁ ପଡୋଶୀ ଦୁହିଁଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ମୃତ ମଧୁବେନ ଯୋଶୀ ଧାରି ତାଲୁକା ପଞ୍ଚାୟତର ପୂର୍ବତନ ସଦସ୍ୟ ଥିଲେ।