ନିଜ ପିଲା ଓ ସ୍ତ୍ରୀକୁ ବିଷ ଦେବା ପରେ ନିଜେ ବି ବିଷ ପିଇଲେ ବିଜେପି ନେତା

ନୂଆଦିଲ୍ଲୀ,୨୭/୧: ମଧ୍ୟପ୍ରଦେଶ ବିଦିଶାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଅସୁସ୍ଥତାକୁ ନେଇ ଚିନ୍ତାରେ ଥିବା ବିଜେପି ନେତା ସଞ୍ଜିବ ମିଶ୍ରା ନିଜର ୨ ପୁଅ, ସ୍ତ୍ରୀଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଜୀବନ ହାରିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁ ପୂର୍ବରୁ ସେ ଲେଖିଛନ୍ତି ଯେ, ‘ ହେ ଈଶ୍ୱର ! ଏଭଳି ରୋଗ ଶତ୍ରୁକୁ ବି ନମିଳୁ, ମସ୍କୁଲାର ଡିଷ୍ଟ୍ରଫି ଡିଏମଡି’ ।ଏହି ପୋଷ୍ଟ ଦେଖିବା ପରେ ତାଙ୍କର ଜଣେ ସମ୍ପର୍କୀୟ ସଞ୍ଜିବଙ୍କ ଘରେ ପହଞ୍ଚିଥିଲେ । କବାଟ ବାଡେଇବା ପରେ ନଖୋଲିବାରୁ କବାଟ ଭାଙ୍ଗି ପଶିଥିଲେ । ରୁମ ଭିତରେ ୪ଜଣ ଯାକ ଅଚେତ ହୋଇ ପଡିଥିବାର ଦେଖିଲେ ।