ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ,୬/୦୬: ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି । ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବନିର୍ବାଚିତ ସାଂସଦ । ରାଜ୍ୟରେ ସରକାର ଗଠନ ନେଇ ହୋଇପାରେ ଆଲୋଚନା । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବି ହୋଇପାରେ ନିଷ୍ପତି । ମୁଖ୍ୟମନ୍ତ୍ରୀ ନା ଘୋଷଣା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ । ରାଜ୍ୟରେ ୨୦ସାଂସଦ ବିଜୟ ହେବା ପରେ ଦିଲ୍ଲୀରେ ପ୍ରଥମ ବୈଠକ ହେଉଛି ।