୮ଟି ବିଧାନସଭା ଆସନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା, କେଉଁଠୁ ଲଢ଼ିବେ କିଏ?

ଭୁବନେଶ୍ୱର,୨୭/୦୪: ରାଜ୍ୟରେ ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି । ଏହାସହ ଭିନ୍ନ ପ୍ରକାରରେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଏହାରି ମଧ୍ୟରେ ଆଜି ୮ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ ତେଲକୋଇ ପାଇଁ ଡ. ଫକୀର ମୋହନ ନାଇକ, ଚମ୍ପୁଆ ପାଇଁ ମୂରଲୀ ମନୋହର ଶର୍ମା, ବସ୍ତା ପାଇଁ ରବିନ୍ଦ୍ର ଅଣ୍ଡିଆ, ବାସୁଦେବପୁର ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳ ପାଇଁ ସୀମାରାଣୀ ନାୟକ, ସାଲେପୁର ପାଇଁ ଅରିନ୍ଦମ ରାୟ, କେନ୍ଦ୍ରାପଡା ଗୀତାଞ୍ଜଳି ସେଠୀ, ଖୋର୍ଦ୍ଦା ପାଇଁ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଟିକେଟ ଦେଇଛି ବିଜେପି।