ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି

ନୂଆଦିଲ୍ଲୀ,୧୧/୧୧: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶଭାଓ ଠାକରେ ‘ମୋଦିଙ୍କ ଗ୍ୟାରେଣ୍ଟି ବିଜେପିର ଭରସା’ ଶୀର୍ଷକ ଇସ୍ତାହାର ପତ୍ରର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ମାଗଣା ରାସନ ସହିତ ମୁଖ୍ୟମନ୍ତ୍ରୀ ଜନ ଆବାସ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରତିଶ୍ରୁତି ଦେଇଛି ବିଜେପି । ୫ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ସମୟରେ ସମସ୍ତ ପରିବାରକୁ ମାଗଣା ରାସନ ସହିତ ରିହାତି ଦରରେ ଡାଲି, ସୋରିଷ ତେଲ ଓ ଚିନି ଯୋଗାଇ ଦିଆଯିବ । ମଧ୍ୟପ୍ରଦେଶରେ କୌଣସି ପରିବାର ବାସହୀନ ରହିବେ ନାହିଁ ।