ଆଜିଠାରୁ ଦେଶବ୍ୟାପୀ ବିଜେପିର ଜନ ଆଶୀର୍ବାଦ ଯାତ୍ରା

ଭୁବନେଶ୍ୱର, ୧୯/୮: ଆଜିଠୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଜେପିର ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଚାଲିବ । ଏହି ଅବସରରେ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଏହାପରେ ଭୁବନେଶ୍ବରରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ପୁରୀରୁ ଫେରି ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ ଦୁଇ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ୭ ଜିଲ୍ଲାର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀର ୧୧୫ଟି ସ୍ଥାନରେ ଅନୁଷ୍ଠିତ ହେବ । ସମୁଦାୟ ୪୧୯ କିଲୋମିଟର ଯାତ୍ରା କରିବେ ଏହି ଦୁଇ ମନ୍ତ୍ରୀ । ମୋଦିଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ସାରା ଦେଶର ୨୧୨ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏହି ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀମାନେ ବିଭିନ୍ନ ଅଂଚଳର ଲୋକଙ୍କ ନିକଟକୁ ଯିବା ସହ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିବେ । ଏହା ସହ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଲୋକମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବ ଦଳ ।