ପୌରନିର୍ବାଚନ ବିଳମ୍ବ ନେଇ ରାଜ୍ୟ ECଙ୍କୁ ଦାବିପତ୍ର ଦେଲେ ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର, ୨୭/୭: ରାଜ୍ୟରେ ଏବେ ସୁଦ୍ଧା ପଞ୍ଚାୟତ ଓ ପୌରନିର୍ବାଚନ ହୋଇନାହିଁ। ଏହାରିମଧ୍ୟରେ ପୌରନିର୍ବାଚନ ବିଳମ୍ବ ନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଦାବିପତ୍ର ଦେଇଛନ୍ତି ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ । ପୌର ନିର୍ବାଚନ ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ବିଜେପି ଦାବି କରିଛି।

ଏହାସହ ୭ ଦିନ ଭିତରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ ଦାବି କରାଯାଇଛି। ନଚେତ ସରକାର ଓ ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ କୁହାଯାଇଛି। ପଞ୍ଚାୟତ ଓ ପୌରନିର୍ବାଚନ ଏକ ସମୟରେ କରିବାକୁ ବିଜେପି ଦାବି କରିଛି। ନିର୍ବାଚନ କମିସନଙ୍କୁ ଭେଟିବା ପରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।