ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେଲା ବିଜେଡି

ଭୁବନେଶ୍ୱର, ୧୨/୦୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେଇଛି ବିଜେଡି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଫେରାଦ ଦେଇଛି ବିଜେଡି । ଖୋର୍ଦ୍ଧା ଜଙ୍କିଆଠାରେ ପ୍ରଶାନ୍ତ ଜଗଦେବ ଜଣେ ସାମ୍ବାଦିକଙ୍କ ସହ କିଛି ସାଧାରଣ ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେପି ରାଲିରେ ସାଂସଦ ଅପରାଜିତା ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଯୁବକ କିଛି ପ୍ରଶ୍ନ ପଚାରିବାରୁ ପ୍ରଶାନ୍ତ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି ।

ଅନ୍ୟପଟେ ମୋ ସ୍କୁଲର ସମୀକ୍ଷା ବିଜେଡି କର୍ମୀ କରିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ । ରାଜ୍ୟର ୯୩ ବ୍ଲକ୍ରେ ମୋ ସ୍କୁଲ୍ ଗୁଡିକର ସମୀକ୍ଷା କରିବା ପାଇଁ ୯୩ ଜଣ କର୍ମଚାରୀଙ୍କୁ ଏପ୍ରିଲ ୧୦ ତାରିଖରେ ଚିଠି କରିଥିଲେ ରାଜ୍ୟ ସରକାର । କିନ୍ତୁ ସମୀକ୍ଷା ପାଇଁ ବିଜେଡି କର୍ମୀଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିୟୋଜିତ କରାଯାଇଛି ବୋଲି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେପି ।