ଶଙ୍ଖ ନାଦରେ କମ୍ପିଲା ବିଜେଡି, ବିପୁଳ ଭୋଟରେ ବିଜୟୀ ହେଲା ବିଜେଡ଼ି

ଭୁବନେଶ୍ୱର,୮/୧୨: ପଦ୍ମପୁରରେ ଶଙ୍ଖ ନାଦ। ଉପ ନିର୍ବାଚନ ଫଳାଫଳ ବାହାରିଛି ଓ ସେଥିରେ ଜିତିଲା ବିଜେଡି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ତେବେ ୨୩ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ୪୨ ହଜାର ୦୬୫ ଭୋଟରେ ବିଜୟୀ ହୋଇଛନ୍ତି ।

୨୩ ରାଉଣ୍ଡ ଗଣତିରେ ବିଜେଡିକୁ ୧ ଲକ୍ଷ ୧୯ ହଜାର ୫୧୨ ଭୋଟ୍ ମିଳିଥିବାବେଳେ, ବିଜେପିକୁ ୭୭ ହଜାର ୪୪୭ ଭୋଟ୍ ମିଳିଛି । ଅନ୍ୟପଟେ କଂଗ୍ରେସ ହାତକୁ ମାତ୍ର ୩୫୪୮ ଭୋଟ୍ ରହିଛି । ତେଣୁ ବିଜେପି ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ପଦ୍ମପୁର ଦଖଲ କରିଛି ଶାସକ ବିଜୁ ଜନତା ଦଳ ।