ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୫/୩: ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବର ପାଇଁ ସୁଲୋଚନା ଦାସ, କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ଲାଗି ସଂଘମିତ୍ର ଦଳେଇଙ୍କ ନାମ ଘୋଷିତ ହୋଇଛି। ସୁଲୋଚନା ଦାସ ଭୁବନେଶ୍ବର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ସୁଲୋଚନା ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।  କଂଗ୍ରେସ ଗତକାଲି ମଧୁସ୍ମିତା ଆଚାର୍ଯ୍ୟଙ୍କୁମେୟର ପ୍ରାର୍ଥୀ ଭାବେ ନାମ ଘୋଷଣା କରିଥିଲା।