ବାଲେଶ୍ୱର ଓ ଜଗତସିଂହପୁରର ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି, ଉଭୟ ସ୍ଥାନରେ ବିଜେଡି ଆଗୁଆ

ଭୁବନେଶ୍ୱର, ୧୦/୧୧: ଆଜି ବାଲେଶ୍ୱର ଓ ଜଗତସିଂହପୁରର  ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗଣତି ଜାରି ରହିଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୩୩୧୦ ଭୋଟରେ ଆଗୁଆ ରହିଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା BJD-୭୮୬୭, BJP-୪୫୫୭, କଂଗ୍ରେସ-୧୦୫୭, CPIକୁ ମିଳିଛି ୬୨ ଖଣ୍ଡ ଭୋଟ, NOTA- ୩୦ ଭୋଟ ମିିଳିଛି।

ସେହିପରି ବାଲେଶ୍ବର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ପୋଷ୍ଟାଲ ଭୋଟରେ ବିଜେପିଠାରୁ ୬୧୫ ଭୋଟ୍‌ରେ ବିଜେଡି ଆଗୁଆ ରହିଛି। ମୋଟ ୭୧୮୪ ପୋଷ୍ଟାଲ ଭୋଟ୍‌ ଗଣତି ହୋଇଛି। ବିଜେଡି-୩୪୨୭, ବିଜେପି-୨୮୧୨, କଂଗ୍ରେସ-୯୦୦ ଭୋଟ୍‌ ପାଇଛି।