ବିଜେଡି ଘୋଷଣା କଲା ଆଉ ୩ ବିଧାନସଭା ପ୍ରାର୍ଥୀ

ଭୁବନେଶ୍ୱର,୨୭/୦୪: ରାଜ୍ୟରେ ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି । ଏହାସହ ଭିନ୍ନ ପ୍ରକାରରେ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଏହାରି ମଧ୍ୟରେ ଆଜି ୩ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତିନୋଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଭୋଗରାଇ ବିଧାନସଭାରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରଦୀପ କୁମାର ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ ।