ଆସିଲା ବିଜେଡି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ଆସନରୁ ଲଢ଼ିବେ କିଏ?

ଭୁବନେଶ୍ୱର, ୧୧/୦୪: ୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ବାଲିଗୁଡା ବିଧାନସଭା ଆସନରୁ ଚକ୍ରମଣୀ କହଁରଙ୍କ ପ୍ରାର୍ଥୀ କରାଯାଇଥିବା ବେଳେ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରଶନ୍ନ ଆଚାର୍ଯ୍ୟ, ରେଢାଖୋଲ ରୋହିତ ପୂଜାରୀ, ଲକ୍ଷ୍ମୀପୁର ପାଇଁ ପ୍ରଭୁ ଜାନିଙ୍କୁ ଦଳ ପ୍ରାର୍ଥୀ କରିଛି । ସେପଟେ ପାରାଦୀପ ବିଧାନସଭା ଆସନ ପାଇଁ  ଗୀତାଞ୍ଜଳୀ ରାଉତରାୟଙ୍କୁ, ନର୍ଲା ପାଇଁ ମନୋରମା ମହାନ୍ତି, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପୁଣି ଅନନ୍ତ ଜେନାଙ୍କ ଉପରେ ଭରସା କରିଛି । ତାଳଚେର ବିଧାନସଭା କ୍ଷେତ୍ର ପାଇଁ ବ୍ରଜକିଶୋର ପ୍ରଧାନ ଓ ତେଲକୋଇ ପାଇଁ ମାଧବ ସର୍ଦ୍ଦାରଙ୍କୁ ଦଳ ପ୍ରାର୍ଥୀ କରିଛି ।