ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବନି ବିଜେଡି

ଭୁବନେଶ୍ୱର, ୧୯/୪: ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର କରିବନି ବିଜେଡି। ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବିଜେଡି ସଭାପତି ତଥା ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଉ ଏହାକୁ ନେଇ ଟ୍ବିଟରରେ ବିଜେଡି ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରତିଟି ଜୀବନ ମୂଲ୍ୟବାନ ଓ ସମସ୍ତେ ମୋ ପରିବାର ସଦସ୍ୟ। ତେଣୁ ଜନସଭା, ସମାବେଶ ଓ ଶୋଭାଯାତ୍ରା କରିବନି ବିଜେଡି। ଏହାସହ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ସେ ଆହ୍ବାନ ଓ ଅନୁରୋଧ କରିଛନ୍ତି ଯେ ବର୍ତ୍ତମାନ ସମୟରେ ପ୍ରଚାର ଓ ସମାବେଶରୁ ଦୂରେଇ ରୁହନ୍ତୁ।