ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଦଳୀୟ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧/୪: ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ପିପିଲି ବ୍ଲକ ଦାୟିତ୍ୱରେ ସମୀର ଦାଶ ଓ ଅତନୁ ସବ୍ୟସାଚୀ ନାୟକ, ଡେଲାଙ୍ଗ ବ୍ଲକ ପାଇଁ ନବ ଦାସ, ସୁଶାନ୍ତ ସିଂହ, ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧାର ସାମଲଙ୍କୁ ଦାୟିତ୍ୱ ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଥିବାରୁ ସେଠାରେ ଉପନିର୍ବାଚନ ହେଉଛି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ।