ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡିର ସାଇକେଲ ରାଲି

ଭୁବନେଶ୍ୱର, ୪/୩ : ଆଜି ବିଜୁ ପଟ୍ଟନାୟକ ଙ୍କ ୧୦୫ତମ ଜୟନ୍ତୀ ପାଳନ କରୁଛି ବିଜେଡି। ଏହି ଅବସରରେ ବିଜେଡି
କଟକ ଆନନ୍ଦଭବନରୁ ଭୁବନେଶ୍ବର ବିମାନବନ୍ଦର ଯାଏ  ସାଇକେଲ ରାଲି କରୁଛି। ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଚାଲିଛି ଏହି ସାଇକେଲ ରାଲି । ସକାଳ ୬ଟା ୩୦ରୁ ବାହାରିଥିବା ଏହି ସାଇକେଲ ରାଲିରେ ବହୁ ନେତା ଓ କର୍ମୀ ମଧ୍ୟ ସାମିଲ ରହିଛନ୍ତି।