ଆଜି ଅପରାହ୍ନରେ ଦିଲ୍ଲୀରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର, ୨୫/୧: ଆଜି ଅପରାହ୍ନରେ ଦିଲ୍ଲୀରେ  ବିଜେଡି ସଂସଦୀୟ ଦଳ ବୈଠକ ବସିବ। ଏହି ବୈଠକରେ ଭିସି ଜରିଆରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ପାଇଁ ଅଲଗା ଅଲଗା ବୈଠକ ହେବ ବୋଲି ସୂଚନା ରହିଛି। ଏହି ବୈଠକରେ ଆଗାମୀ ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ଦଳୀୟ ରଣନୀତି।