୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି

ଭୁବନେଶ୍ୱର,୧୩/୦୪: ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି । ଏନେଇ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାକୁ ଯାଉଛି । ତେବେ ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି । ତେବେ ଏହି ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ସଭାପତି ପଦ ପାଇଁ ଜଣେ ଲେଖାଏଁ ନାମାଙ୍କନ ଭରିଥିବାରୁ, ୧୬ ଜଣ ନେତା ନିର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ନିର୍ବାଚିତ ହେଇଛନ୍ତି ବୋଲି ପ୍ରତାପ ଦେବ ସୂଚନା ଦେଇଛନ୍ତ ।

Leave a Reply

Your email address will not be published. Required fields are marked *