ନବୀନ ନିବାସରେ ବିଜେଡିର ସମୀକ୍ଷା ବୈଠକ, ପରାଜୟର କାରଣ ଖୋଜିବାକୁ ଗଠନ ହେବ କମିଟି

ଭୁବନେଶ୍ୱର,୬/୦୬: ନବୀନ ନିବାସରେ ବସିଛି ବିଜେଡିର ସମୀକ୍ଷା ବୈଠକ । ପରାଜୟର କାରଣ ଖୋଜିବାକୁ ବିଜେଡି କମିଟି ଗଠନ କରିବ । କମିଟି ରିପୋର୍ଟ ଦେବା ପରେ ଆଲୋଚନା ହେବ । ନବୀନ ପଟ୍ଟନାୟକ ଦଳର ନେତା ଥିଲେ ଆଉ ଏବେ ବି ସେ ନେତା ରହିବେ ବୋଲି ବୈଠକ ପରେ କହିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ପରାଜୟରେ ହତୋତ୍ସାହିତ ନ ହୋଇ ପୂର୍ବଭଳି ଦଳୀୟ ସଙ୍ଗଠନକୁ ଆଗକୁ ବଢାଇବାକୁ ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସହ କିଭଳି ଅଧିକରୁ ଅଧିକ ଯୋଡି ହେବ ସେନେଇ ରଣନୀତି ପ୍ରସ୍ତୁତ କରିବାକୁ ନବୀନ କହିଛନ୍ତି ।