ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଭୁବନେଶ୍ୱର,୨୧/୦୫: ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ ହୋଇଛି। ନିମାପଡ଼ା ବିଧାୟକ ସମୀର ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।  ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ ଜାରି ହୋଇଛି। କାହିଁକି ବିଧାୟକ ପଦ ରଦ୍ଦ ନହେବ ପକ୍ଷ ରଖିବାକୁ ନୋଟିସ ହୋଇଛି।  ବିଧାନସଭା ସଚିବ ବାଚସ୍ପତିଙ୍କ ନିର୍ଦ୍ଦେଶରେ ନୋଟିସ ହୋଇଛି।