ଆଜି ଲୋକାର୍ପିତ ହେବ ବିଜେଡିର ନୂଆ ରାଜ୍ୟ କାର୍ୟ୍ୟାଳୟ

ଭୁବନେଶ୍ୱର,୨୩/୦୪: ଆଜି ଲୋକାର୍ପିତ ହେବ ବିଜେଡିର ନୂଆ ରାଜ୍ୟ କାର୍ୟ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହି ଅବସରରେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟଙ୍କ ସମେତ ୩ହଜାର ନେତା ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଦଳର ଉପଦେଷ୍ଟା ଓ କମିଟି ଅଧ୍ୟକ୍ଷଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ନିକଟରେ ଥିବା ବିଜେଡିର ପୁରୁଣା କାର୍ୟ୍ୟାଳୟରେ ନୂଆ କାର୍ୟ୍ୟାଳୟ ନିର୍ମାଣ ହୋଇଛି । ୨୦୨୧ ରଥଯାତ୍ରା ବେଳେ ଏହାର ଭିତ୍ତିପ୍ରସ୍ତର ହୋଇଥିଲା । ଦୁଇବର୍ଷ ପରେ ଏବେ ନୂଆ ରୂପ ପାଇଛି ବିଜେଡିର ରାଜ୍ୟ କାର୍ୟ୍ୟାଳୟ ।