୨୬ ତାରିଖରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ନେଇ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର,୧୮/୧୨: ଡିସେମ୍ବର ୨୬ ତାରିଖରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହେବ । ଦଳ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଅବସରରେ ଧୁମଧାମରେ ପାଳନ ନେଇ ଆଜି ପ୍ରସ୍ତୁତି ବୈଠକ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାରଦେଶ ପୁରୀରୁ ଆରମ୍ଭ ହେବ ଏହି ଅଭିଯାନ । ପୁରା ବର୍ଷେ ବ୍ୟାପି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନିଜ ପ୍ରତିଷ୍ଠା ଦିବସ ପାଳିବ । ଏହି ଅବସରରେ ରାଜ୍ୟସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବେ ଦଳୀୟ ନେତା ଓ କର୍ମୀ ।