ପିପିଲି ଉପନିର୍ବାଚନ: ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶିତ

ଭୁବନେଶ୍ୱର, ୧୫/୯: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏହି ଷ୍ଟାର ପ୍ରଚାରକ ତାଲିକାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ବର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମୀଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତିରଞ୍ଜନ ଘଢ଼ାଇ, ଉକାମାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀରଞ୍ଜନ ତ୍ରିପାଠୀ, ସୁଧୀର କୁମାର ସାମଲ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ସେପ୍ଟେମ୍ବର ୩୦ରେ ପୁରୀର ପିପିଲି ଆସନ ପାଇଁ ଉପନିର୍ବାଚନ ହେବ। ଏହାପରେ ଅକ୍ଟୋବର ୩ରେ ଭୋଟ ଗଣତି ହେବ । କରୋନା ପାଇଁ ନିର୍ବାଚନ ବନ୍ଦ ରଖାଯାଇଥିଲା।