ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ

ଭୁବନେଶ୍ୱର,୫/୭: ରାଜ୍ୟରେ ଏବେ ଝଡ଼ ସୃଷ୍ଟି କରିଛି ରୁଚିକା ମାମଲା । ଏହାରି ମଧ୍ୟରେ ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ରୁଚିକାଙ୍କୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହାପରେ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଅଧିକ ତଥ୍ୟ ପାଇଁ ଭିସେରା ନମୂନା ଲ୍ୟାବକୁ ଯାଇଥିବା ସୂଚନା ରହିଛି । ଅନ୍ୟପଟେ ନ୍ୟାୟ ଦାବିରେ ବିଜେବି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ରୁଚିକାଙ୍କ ମା’ ।
ସୂଚନା ମୁତାବକ, ଗତ ୪ ତାରିଖ ଦିନ ବିଜେବି କଲେଜ ଛାତ୍ରୀ ନିବାସରୁ ରୁଚିକାଙ୍କୁ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । କାରୁବାକି ଛାତ୍ରୀ ହଷ୍ଟେଲର ୨୨୧ ନମ୍ବର ରୁମରେ ଖଟ ଉପରୁ ରୁଚିକାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମରେ ପଡିଥିବା ବେଳେ ରୁମ କବାଟ ଭିତରପଟୁ ବନ୍ଦ ଥିଲା । ପରେ କବାଟକୁ ଭଙ୍ଗାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା ।