ଭୁବନେଶ୍ୱର,୧୭/୧୨: ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ଓଏସଡି ଭାବେ ନିଯୁକ୍ତ ହେଲେ ବିଷ୍ଣୁପଦ । ସେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ଥିଲେ ।
ସୂଚନାଯୋଗ୍ୟ ଯେ ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ସିବିଆଇ ତନାଘନା ଜାରି ରଖିଛି । ବି ଆଣ୍ଡ ଆର କର୍ପୋରେସନର କର୍ମଚାରୀଙ୍କୁ ଡାକି ଜେରା କରୁଛନ୍ତି । ଅନ୍ୟପଟେ ବିଷ୍ଣୁପଦଙ୍କ ଡେଡଲାଇନ ସରି ସରିଆସୁଛି । ହାଜର ନହେଲେ ତାଙ୍କ ବିରୋଧରେ ସିବିଆଇ କଠୋର ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।