ଭୁବନେଶ୍ୱର,୧୪/୧୨: ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ। ଡିସେମ୍ବର ୧୧ ତାରିଖ ଦିନ ୧୦ଟା ବେଳେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା। ମର୍ସିଡିଜରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ ହୋଇଛି। ତାଙ୍କ ଠାରେ କିଛି ପ୍ରମାଣ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବାରୁ ଏହାକୁ ନିଶ୍ଚିତ କରିବା ପାଇଁ ହାଜର ହେବାକୁ ସମନ କରିଛି ସିବିଆଇ। ଟେଣ୍ଡର ଫିକ୍ସିଂରେ ସଚିବ ବିଷ୍ପୁପଦ ସେଠୀଙ୍କ ଡ୍ରାଇଭରକୁ ମଧ୍ୟ ସମନ୍ ଆସିଛି। ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ଡ୍ରାଇଭରକୁ ସମନ କରିଛି ସିବିଆଇ। ମର୍ସିଡିଜ ସାଇକେଲ ନେଇଥିବା ପ୍ରଭାବଶାଳୀ ଅଫିସର ଏହି ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଅଛନ୍ତି କି ନାହାନ୍ତି ସେନେଇ ତଦନ୍ତ କରାଯିବ।