ବିଏମସି କମିଶନର ହେଲେ ସଞ୍ଜୟ ସିଂହ, ବିଷ୍ଣୁପଦ ସେଠୀଙ୍କୁ I&PR, ଡ଼ା. କ୍ରିଷନ କୁମାରଙ୍କୁ IDCO CMD ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, ୧୨/୫: ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା IPICOL ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୫ ବ୍ୟାଚ ଆଇଏଏସ ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସହ IDCO CMD ଦାୟିତ୍ୱରେ ଥିବା ୧୯୯୭ ବ୍ୟାଚ ଆଇଏଏସ ସଞ୍ଜୟ କୁମାର ସିଂହଙ୍କୁ ବିଏମସି କମିଶନର ଭାବେ ଅବସ୍ଥାପିତ କରାଯିବା ସହ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟିର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୫ ବ୍ୟାଚ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ପୂର୍ତ୍ତ ବିଭାଗର କମିଶନର ଓ ଶାସନ ସଚିବ ତଥା ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସନ ଓ ପିକେଡିଏ ଅଧକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ୨୦୦୨ ବ୍ୟାଚ ଆଇଏଏସ ଡା. କ୍ରିଷନ କୁମାରଙ୍କୁ IDCO CMD ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ବିଏମସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟିର ସିଇଓ ଥିବା ୨୦୧୦ ବ୍ୟାଚ ଆଇଏଏସ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।