ରାଜଧାନୀରେ ବାର୍ଥ ଡେ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ, ୩ ଗିରଫ

ଭୁବନେଶ୍ୱର,୧୪/୧୨: ରାଜଧାନୀରେ ଜନ୍ମଦିନ ଉତ୍ସବରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯିବା ପରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘୃଣ୍ୟ କାର୍ଯ୍ୟରେ ଆହୁରି କିଛି ଯୁବକ ସାମିଲ ଥିବା ଜଣାପଡିବା ପରେ ପୋଲିସ ତନାଘନା ଚଳାଇଛି । ଆହୁରି ୮ଜଣଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ଜଣାପଡିଛି । ସୂଚନା ମୁତାବକ, ବାର୍ଥ ର୍ଡେ ପାର୍ଟିରେ କିଛି ଯୁବକ ପାଟିତୁଣ୍ଡ କରୁଥିଲେ । ସେମାନଙ୍କୁ ବୁଝାଇବାକୁ ମହିଳ ଜଣକ ଯାଇଥିବାବେଳେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡିଛି ।