ଆମେ ଯେଉଁ ପୃଥିବୀରେ ବାସ କରୁଛେ ଏହା ସୌର ମଣ୍ଡଳ ର ତୃତୀୟ ଗ୍ରହ ଅଟେ । ଯାହାକି ବ୍ରହ୍ମାଣ୍ଡରେ ଏକ ମାତ୍ର ଗ୍ରହ ଯେଉଁଠାରେ ବସବାସ ସମ୍ଭବ ହୋଇଛି । ପୃଥିବିକୁ ବିଭିନ୍ନ ପ୍ରକାର ଭାଷାରେ ଯେମିତିକି ଇଂରାଜୀରେ ଆର୍ଥ, ସ୍ପାନିସ, ଫ୍ରେଞ୍ଚ ଓ ଇଟାଲିଅନରେ ଟେରା କୁହାଯାଉଛି । ସେହିପରି ତାମିଲରେ ଉଲଗାମ, ଇଣ୍ଡୋନେସିଆରେ ଭୂମି , ଫିନିସରେ ମା କୁହାଯାଇଥାଏ । ଆଉ ଆମ ଦେବା ନାଗରିକ ପୃଥିବୀରର ପୃଥିବୀ ଏବଂ ଭୂମି କୁହାଯାଏ । କିନ୍ତୁ ଏହି ଅନ୍ତରୀକ୍ଷରେ ଭାସମାନ ଅବସ୍ଥାରେ ଥିବା ନୀଳ ଓ ଗୋଲାକାର ଏହି ପୃଥିବୀ କିପରି ଜନ୍ମ ଓ କେବେ ସୃଷ୍ଟି ହୋଇଛି । ସେହିପରି ଏଠାରେ ବସବାସ କିପରି ସ୍ଥାପନ ହୋଇଛି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ । ଏହା ପଛରେ ବହୁ ରହସ୍ୟ ଲୁଚି ରହିଛି ।
ଉନ୍ନତ ମାନବ ସଭ୍ୟତାମାନେ ବହୁ ପ୍ରକାର ଆବିଷ୍କାର କରିଛନ୍ତି । କିନ୍ତୁ ପୃଥିବି କିପରି ତିଆରି ହେଲା ଆସନ୍ତୁ ଜାଣିବା । ହାଇଡ୍ରୋଜେନ ଓ ହିଲିୟମରେ ତିଆରି ଏକ ବଡ ବାଦଲ ଯାହାର ନାମ ସୋଲାର ନାବୁଲା । ସେହି ବାଦଲ ଟି ଆଖ ପାଖ ସବୁ ଗ୍ୟାସ ନେଇକି ଜମାଟ ହେବାରେ ଲାଗିଲା । ଏହାସହ ସେହି ବାଦଲ ର ତାପମାତ୍ରା ବଢ଼ିବାରେ ଲାଗିଥିଲା । ଏହାପରେ ସେହି ବାଦଲ ରେ ବିସ୍ପୋରଣ ହୋଇଥିଲା। ସେଥିରେ ଆଖ ପାଖରେ ଥିବା କୌଣସି ତାରା ମାଡ ହେବା ଫଳରେ କିମ୍ବା ଆଉ କୌଣସି କାରଣରୁ ବିସ୍ପୋରଣ ହୋଇଥିଲା । ବିସ୍ପୋରଣ ଫଳରେ ସୃଷ୍ଟି ହେଇଥିଲେ ସୂର୍ଯ୍ୟ । ଏହାପରେ ସୌରମଣ୍ଡଳକୁ କେନ୍ଦ୍ର ମିଳିଯାଇଥିଲା । ସୂର୍ଯ୍ୟ ଙ୍କ ଗୁରୁତ୍ୱ ଆକର୍ଷଣ ଫଳରେ ଆଖ ପାଖରେ ଥିବା ପଥର ସବୁ ଯୋଡି ହେବାରେ ଲାଗିଲା ଓ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିବାରେ ଲାଗିଲା ।
ଏହାପରେ ଧୀରେ ଧୀରେ ସମୟ ବିତିଗଲା । ଧୀରେ ଧୀରେ ଗ୍ୟାସ କଣା ଓ ପଥର ଗୋଲାକାର ଆକାର ଧାରଣ କରିବାରେ ଲାଗିଲା । ସବୁ ଗୋଲାକାର ପଥର ଭିତରୁ ଗୋଟିଏ ଥିଲା ଆମ ପୃଥିବୀ । ସେତେବେଳେ ପୃଥିବୀ ର ତାପମାତ୍ରା ଅଧିକ ରହିବା ସହ ପ୍ରଥିବିରେ ଜ୍ୱାଳାମୁଖୀ ବିସ୍ଫୋଠକ ସାଧାରଣ କଥା ଥିଲା । ସେହି ସମୟକୁ ହେଜିୟନ ୟୋଗ କୁହାଯାଉଥିଲା । ତାପରେ ଧୀରେ ଧୀରେ ଗୁରୁତ୍ୱ ଆକର୍ଷଣ କାରଣରୁ ସବୁ ଭାରି ଓ ଗରମ ପଦାର୍ଥ କେନ୍ଦ୍ର ଆଡ଼କୁ ଗତି କରିବାରେ ଲାଗିଲା । ଯାହାଫଳରେ ପୃଥିବୀ ଥଣ୍ଡା ହେବାରେ ଲାଗିଲା ଓ ତାପମାତ୍ରା ଧୀରେ ଧୀରେ କମିବାରେ ଲାଗିଲା । ଏହାସହ ଜ୍ୱାଳାମୁଖୀରୁ ବାହାରୁଥିବା ଅଲଗା ଅଲଗା ଗ୍ୟାସ ରେ ଆମ ବାୟୁମଣ୍ଡଳ ଗଠନ ହେବାରେ ଲାଗିଲା । ଆଜିର ଚାରି ଆରବ ବର୍ଷ ପୂର୍ବେ ବୈଜ୍ଞାନିକ ମାନଙ୍କୁ ସେଠାରେ ପାଣି ଥିବା ଜଣା ପଡିଥିଲା । କିଛି ଲୋକ ଏହା ମାନିଛନ୍ତି ଯେ ଏହି ପାଣି ଧୂମକେତୁ ସହ ଜମା ହୋଇଥିବା ବରଫ ରୂପରେ ଆସିଥିଲା । ଏହି ବରଫ ଗରମ କାରଣରୁ ବାଷ୍ପରେ ପରିଣତ ହୋଇ ବାଦଲ ରେ ପରିଣତ ହୋଇଗଲା । ବାଦଲ ଗୁଡିକ ଆଜି ଭଳି ପୃଥିବୀ ଉପରେ ବର୍ଷା ହେବାରେ ଲାଗିଲା । କୋଟି କୋଟି ବର୍ଷ ଏହି ପ୍ରକିୟା ଚାଲୁ ରହିଲା । ଏହାପରେ ସମୁଦ୍ରର ନିର୍ମାଣ ହେଲା । ଏହାପରେ ପୃଥିବୀ ଜଳମଗ୍ନ ହୋଇଉଠିଲା । ସେହିପରି ସେତେବେଳେ ପୃଥିବୀର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ସୃଷ୍ଟି ହୋଇଥିଲା । ମଙ୍ଗଳ ଗ୍ରହର ଆକାର ଭଳି ଏକ ଗ୍ରହ ଯାହାର ନାମ ଥିଆ ପୃଥିବୀ ସହ ମାଡ଼ ହୋଇଥିଲା । ଯାହା ଫଳରେ ପୃଥିବୀର କିଛି ଅଂଶ ଅଲଗା ହୋଇ ଗୋଲାକାର ରୂପ ଧାରଣ କରିଥିଲା ଓ ଏହା ପରେ ପୃଥିବୀ ଚାରିପାଖେ ପରିକ୍ରମା କରିବାରେ ଲାଗିଲା । ସେହି ଥିଆ ନାମକ ଗ୍ରହ ଆଗରୁ ସୌରମଣ୍ଡଳର ଏକ ସଦସ୍ୟ ଥିଲା ।
ସେହିପରି ପୃଥିବୀରେ ଜୀବଜନ୍ତୁ ଓ ମଣିଷର କିପରି ଜନ୍ମ ହୋଇଥିଲା । ଆଜିଠାରୁ ସାଢେ ତିନି ଆରବ ବର୍ଷ ପୂର୍ବେ ସମୁଦ୍ରରେ ଜୀବନ ଆରମ୍ଭ ହୋଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ସମୁଦ୍ରରେ ଏକ କୋଷ କିମ୍ବା ୟୂନି ସେଲୁଲାର ଜୀବ ଜନ୍ମ ହୋଇଥିଲା । ଏହି ଜୀବ ଆଜିର ଜୀବ ଭଳି ଅମ୍ଳଜାନ ନୁହେ ବରଂ ମିଥେନ ଗ୍ୟାସରେ ବଂଚୁଥିଲେ । କାରଣ ସେତେବେଳେ ପୃଥିବୀରେ ଅମ୍ଳଜାନର ପରିମାଣ ବହୁ କମ ଥିଲା । ସେତେବେଳ ଜ୍ୱାଳାମୁଖୀ କମ ହେବାରେ ଲାଗିଲା ଓ ତାପମାତ୍ରା ମଧ୍ୟ କମ ହୋଇ ଅଢ଼େଇ କୋଟି ବର୍ଷ ଯାଏ ପୃଥିବୀ ଏକ ବରଫର ଗୋଲାକାର ଭଳି ରହିଲା । ଏହା ପୃଥୀବି ପାଇଁ ଯେମିତିକି ବରଦାନ ପାଲଟିଥିଲା । ବରଫରେ ଘୋଡାଇ ହୋଇ ଥିବା ସମୁଦ୍ର ରେ ଜୀବ ଯାହାର ନାମ ସାଇନୋ ବ୍ୟାକ୍ଟେରିଆ ସେମାନେ ଫୋଟୋ ସିନ୍ଥେସିସ ପ୍ରକ୍ରିୟାରେ ଉର୍ଜା ପ୍ରାପ୍ତ କରି ଅମ୍ଳଜାନ ଛାଡୁଥିଲେ। ଯାହାଫଳରେ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବଢ଼ିବାରେ ଲାଗିଲା । ଏହାପରେ ଏବେ ବହୁ କୋଟି କୋଟି ବର୍ଷ ପୂର୍ବେ ପ୍ରଥମ ବହୁ କୋଷିକା ଜୀବ ର ଜନ୍ମ ହୋଇଥିଲା । ଏହାପରେ ଅଠାବନ କୋଟି ବର୍ଷ ପୂର୍ବେ ପୃଥିବୀ ବହୁ ଛୋଟ ଛୋଟ ଆକାର ଜୀବ ଦେଖିବାକୁ ମିଳିଥିଲା । ଏହାର ଚାରି କୋଟି ବର୍ଷ ପରେ ଜୀବଜନ୍ତୁ ଙ୍କ ଆକାର ବହୁ ବଡ ଦେଖିବାକୁ ମିଳିଥିଲା । ସେହିପରି 30କୋଟି ବର୍ଷ ପୂର୍ବେ ଡାଇନେସର ଜୀବର ଜନ୍ମ ହୋଇଥିଲା । ସେମାନେ ପୃଥିବୀରେ ରାଜ କରିବାକୁ ଲାଗିଲେ। ତାପରେ ଏହିପରି ସମୟ ଆସିଲା ଯାହା ଫଳରେ ଡାଇନେସର ର ସବୁ ପ୍ରଜାତି ର ବିଲୁପ୍ତ ଘଟିଲା । କାରଣ ସାଢେ ଛଅ କୋଟି ବର୍ଷ ପୂର୍ବେ ଦଶ କିଲୋମିଟର ଲମ୍ବର ଏକ ଗ୍ରହ ପୃଥିବୀ ସହ ମାଡ଼ ହୋଇଥିଲା । ଯାହାଫଳରେ ସମୁଦ୍ର ଓ ପୃଥିବୀରେ ଥିବା ପ୍ରାୟ ସବୁ ଜୀବଜନ୍ତୁ ଙ୍କ ଅନ୍ତ ଘଟିଥିଲା ।
ଆଜିଠାରୁ ଚାରିକୋଟି ବର୍ଷ ପୂର୍ବେ ପୃଥିବୀରେ ଏକ କମ୍ପନ ହୋଇଥିଲା । ଯାହା ଦ୍ୱାରା ଚଟାଣର ଏକ ଅଂଶ ୟୁରେସିଆ ଠାରୁ ଅଲଗା ହୋଇ ଏସିଆ ମହାଦ୍ବୀପ ସହ ଯୋଡି ହୋଇଯାଇଥିଲା ।ଏହାପରେ ନିର୍ମାଣ ହୋଇଥିଲା ପୃଥିବୀର ସବୁଠାରୁ ଉଚ୍ଚତମ ପର୍ବତ ଯାହାର ନାମ ରହିଛି ହିମାଳୟ । ଏହାପରେ ପୂର୍ବ ଆଫ୍ରିକାରେ ଏପ୍ସ ଦେଖିବାକୁ ମିଳିଥିଲା। ଯାହା ଆମର ପୂର୍ବ ବଂଶଧର । ଏହାପରେ ଏମାନେ ଧୀରେ ଧୀରେ ଦୁଇ ଟି ଗୋଡ଼ରେ ଚାଲିବାକୁ ଲାଗିଲେ । ପ୍ରଥମେ ଅଷ୍ଟ୍ରଲିଓପିଥିକସ , ହୋମୋ ହବିଲିସ , ହୋମୋ ଇରେକ୍ଟସ, ତାପରେ ହୋମୋ ସେପିଆନ୍ସ ରୂପ ଧାରଣ ହୋଇଥିଲା । ମଣିଷ ମାନଙ୍କର ଏହିପରି ଭାବେ ଜନ୍ମ ହୋଇଥିଲା । ଏହାପରେ ମଣିଷ ଧୀରେ ଧୀରେ ନିଜ ବୁଦ୍ଧି ଖଟେଇ ଆଜିର ଯୁଗରେ ପହଂଚିଛି। ବୈଜ୍ଞାନିକଙ୍କ ମତ ଅନୁସାରେ ପୃଥିବୀରେ ଏକ ଲକ୍ଷ କୋଟି ପ୍ରକାରର ଜୀବ ଥାଇପାରନ୍ତି । କିନ୍ତୁ ଏବେ ବି ସୁଦ୍ଧା ଏହାର କିଛି ଖୋଜ ଖବର ମିଳିପାରିନାହିଁ । ଏପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ଅନୁସନ୍ଧାନ କରିବାରେ ଲାଗିଛନ୍ତି । ଏବେ ବି ପୃଥିବୀରେ ବହୁ ରହସ୍ୟ ଲୁଚିକି ରହିଛି ।