୩୦ ତାରିଖ ସୁଦ୍ଧା ସରିବ ନିର୍ମାଣାଧୀନ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମର କାମ

ଭୁବନେଶ୍ୱର,୧୭/୧୧: ୨୦୨୩ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି  ପୁରୁଷ ହକି ବିଶ୍ୱକପ। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ଆଜି ରାଉରକେଲା ଗସ୍ତରେ ଯାଇଥିଲେ। ସେଦୁହେଁ ପ୍ରଥମେ ବିମାନ ବନ୍ଦରର ସମ୍ପ୍ରସାରଣ କାମ ତଦାରଖ କରିଥିଲେ। ଏହାପରେ, ବିପିୟୁଟି ପରିସରରେ ଚାଲିଥିବା ଦେଶର ବୃହତ୍ତମ ହକି ଷ୍ଟାଡିୟମ, ବୀର୍ସା ମୁଣ୍ଡା ଛକ ନିକଟରେ ନିର୍ମାଣାଧୀନ ଅଲ୍ଟ୍ରା ମଡର୍ଣ୍ଣ ସ୍ପୋର୍ଟସ କମ୍ପ୍ଲେକ୍ସ , ସହରରେ ଚାଲିଥିବା ଉନୟନ କାମର ପରିଦର୍ଶନ କରିଥିଲେ। ତାପରେ ବିମାନ ବନ୍ଦରରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଚଳିତ ମାସ ୩୦ ତାରିଖ ସୁଦ୍ଧା ନିର୍ମାଣାଧୀନ ଷ୍ଟାଡିୟମ, ଚାଲିଥିବା ବିମାନ ବନ୍ଦରର ସମ୍ପ୍ରସାରଣ , ସହରର ସୋନ୍ଦର୍ଯ୍ୟକରଣ କାମ ସହ ପାରିପାର୍ଶ୍ବିକ ଉନ୍ନୟନ କାମ ସରିବ। ଏଥିସହ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଅଭ୍ୟାସ ମ୍ୟାଚ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।