ଚଳିତବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ

ଭୁବନେଶ୍ୱର, ୫/୧: ପ୍ରତିବର୍ଷ ଶୀତ ଦିନେ ଚିଲିକକୁ ଦେଶ ବିଦେଶ ରୁ ବିଭିନ୍ନ ପ୍ରକାର ପକ୍ଷୀ ଆସନ୍ତି। କିନ୍ତୁ ଚଳିତବର୍ଷ ଚିଲିକାକୁ ରେକର୍ଡ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଚଳିତବର୍ଷ ଚିଲିକାକୁ ଆସିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶାଗତ ପକ୍ଷୀ । ଗତବର୍ଷ ଚିଲିକାକୁ ଆସିଥିଲେ ୧୧ ଲକ୍ଷରୁ ଅଧିକ ପକ୍ଷୀ । ଲଗାତାର ୨ ବର୍ଷ ଧରି ୧୦ ଲକ୍ଷରୁ ଅଧିକ ପକ୍ଷୀ ଆସୁଛନ୍ତି ।