ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟାରେ ରେକର୍ଡ ସୃଷ୍ଟି

ଭୁବନେଶ୍ୱର,୧୧/୧: ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଚଳିତ ବର୍ଷ ନୂଆ ଉଚ୍ଚତା ଛୁଇଁଛି। ଏଥର ଏହି ଜଳଭଣ୍ଡାର ଓ ସଂଲଗ୍ନ ପାୱାର ଚାନେଲ୍ ଜଳାଶୟରେ ରେକର୍ଡ ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ ଥିବା ଗତ ୮ ତାରିଖରେ ହୋଇଥିବା ଗଣନାରୁ ଜଣା ପଡ଼ିଛି। ୨୦୨୨ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଚଳିତ ବର୍ଷ ମୋଟ ୧୦୮ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରେ ୧୦ଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରକୁ ଅତିଥି ହୋଇ ଆସିଛନ୍ତି। ଏହି ତିନି ପ୍ରଜାତିର ପକ୍ଷୀ ମିଶି ୧ ଲକ୍ଷ ୪୬ ହଜାରରୁ ଅଧିକ ବୋଲି ବନବିଭାଗ ସୂତ୍ରରୁ ଜଣା ପଡ଼ିଛି।