ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ

ଭୁବନେଶ୍ୱର, ୨୫/୫: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସରେ ହୋଇଥିଲା। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ କର୍କଟରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ବିରାଜଙ୍କ ପରଲୋକ ନେଇ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି।

ସେ ଅନେକ ଟିଭି ସିରିୟଲ ଓ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରିଥିଲେ  ।  ଟେଲି ସିରିୟଲ ତମସାତୀରେରେ ଅଭିନୟ କରିି ଲୋକପ୍ରିୟ ହୋଇଥିଲେ । ଚଳଚ୍ଚିତ୍ର ଯା ଦେବୀ ସର୍ବଭୂତେଷୁ, ବଗଲା ବଗୁଲୀରେ ଅଭିନୟ ବି କରିଥିଲେ ।