ନୂଆଦିଲ୍ଲୀ,୨୮/୦୪: ପହଲଗାମ୍ ଆକ୍ରମଣକୁ ନେଇ ଭାରତର ପଦକ୍ଷେପ ପରେ ଛାନିଆ ପାକିସ୍ତାନ । ଜଣେ ପରେ ଜଣେ ନେତା ଦେଶ ଛାଡିବାକୁ ଆରମ୍ଭ କଲେଣି । ପାକିସ୍ତାନ ପିପୁଲିସ ପାର୍ଟି-ପିପିପି ନେତା ବିଲାୱାଲ ଭୁଟ୍ଟୋ ଦେଶ ଛାଡିଛନ୍ତି । ପୂରା ବିଲାୱାଲ ଭୁଟ୍ଟୋଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି । ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରିବାର ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ନଦୀକୁ ନେଇ ଚୁକ୍ତି ଶେଷ ହୋଇଥିବା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ବିଲାୱାଲ ଭୁଟ୍ଟୋ ଭାରତକୁ ଆକ୍ରମଣ ପାଇଁ ଧମକ ଦେଇଥିଲେ । ଏବେ ଦେଶ ଛାଡି ପଳାଇଥିବା କଥା ସାମ୍ନାକୁ ଆସୁଛି ।