ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର,୧୨/୫: ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ସେ ତାଙ୍କର ଇସ୍ତଫା ପତ୍ର ଉପ ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ତାଙ୍କର ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଥିବା ସେ କହିଛନ୍ତି । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଏବେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାକୁ ସେ ନିଷ୍ଠାର ସହ କରିବେ । ସେପଟେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରେ ଇସ୍ତଫା ଦେଇଛନ୍ତି ରାଜ୍ୟର ଦୁଇ ପାୱରଫୁଲ୍ ମନ୍ତ୍ରୀ ।  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।