ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ

ନୂଆଦିଲ୍ଲୀ, ୨୬/୧୧: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ ପ‌ରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା
।ବିକ୍ରମଙ୍କ ମୃତ୍ୟୁକୁ ନେଇ କଳାକାର ମହଲରେ ଶୋକବ୍ୟକ୍ତ କରାଯାଇଛି ।

ସୂଚନା ମୁତାବକ, ପୁଣେର ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନା ଅଣାଯାଇଥିଲା ଏବଂ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା। ହେଲେ ପରେ ଅବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିଥି‌ଲେ ଡାକ୍ତର।